ରାଜ୍ୟରେ ଆଉ ଦୁଇ ଦିନ ଜଳିବ, ଅସହ୍ୟ ତାତିରେ କଲବଲ ଲୋକେ

ଭୁବନେଶ୍ୱର,୨୯/୦୩: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଚାନ୍ଦବାଲିରେ ସର୍ବାଧିକ ୩୬. ୨ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ରହିଛି ୩୬ ଡିଗ୍ରୀ ।କେନ୍ଦୁଝରରେ ତାପମାତ୍ରା ମଧ୍ୟ ୩୬ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୩୫.୪, ସମ୍ବଲପୁରରେ ୩୫. ୨, ହୀରାକୁଦରେ ତାପମାତ୍ରା ୩୪. ୬ ଡିଗ୍ରୀ ରେକର୍ଡ କରାଯାଇଛି । ବାଲେଶ୍ୱରରେ ୩୪. ୨, ରାଉରକେଲା ୩୩. ୪, ପୁରୀରେ ୩୨. ୪ ଡିଗ୍ରୀ ରେକର୍ଡ ହୋଇଛି । ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।