ଅସ୍ତବ୍ୟସ୍ତ କଲାଣି ତାତି, ୪୦ ଡିଗ୍ରୀ ଉପରେ ୧୨ ସହର

ଭୁବନେଶ୍ୱର,୧୭/୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାରିମଧ୍ୟରେ ଆଜି ୪୦ ଡିଗ୍ରୀ ଉପରେ ୧୨ ସହରରତାପମାତ୍ରା ରହିଛି।  ୪୩.୨ ଡିଗ୍ରୀ ସହ ସୁବର୍ଣ୍ଣପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଛି। ସେହିିିପରି ଅନୁଗୁଳରେ ୪୩.୧ ଥିବା ବେଳେ ଝାରସୁଗୁଡ଼ାରେ ୪୨.୯ ତାପମାତ୍ରା ଥିବା ରେକର୍ଡ କରାଯାଇଛି।