ଆହୁରି ବଢ଼ିବ ଗୁଳୁଗୁଳି, ତାତି

ଭୁବନେଶ୍ୱର,୨୩/୫ : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାତି । ଆହୁରି ବଢ଼ିବ ଗୁଳୁଗୁଳି । ଆଗକୁ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ତାତି ଏତେ ବଢୁଛି ଯେ ଅସହ୍ୟ ହୋଇପଡୁଛି ଜନଜୀବନ । ଲୋକେ ତାତିରୁ ତ୍ରାହି ତ୍ରାହି ଡାକୁଛନ୍ତି । ଆଜିଠୁ ଉପକୂଳ ଓଡ଼ିଶାରେ ବଢ଼ିବ ତାତି । ଅଧିକ ଖରା ନ ହେଲେ ବି ଗୁଳୁଗୁଳି ହେବ । ଦିନବେଳା ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବଢ଼ିବି ବୋଲି ଆକଳନ କରିଛି ପାଣିପାଗ ବିଭାଗ । କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରା କମ୍‌ ରହିଛି । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବିଶେଷ କମିନି। ବୌଦ୍ଧରେ ୪୩, ଟିଟିଲାଗଡ଼ରେ ୪୧.୮, ଭବାନୀପାଟଣାରେ ୪୧ଡିଗ୍ରୀ ଓ ସୋନପୁରରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।