ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଟପିଲା ଟ୍ବିନ୍‌ସିଟି

ଭୁବନେଶ୍ୱର,୧୮/୪: ରାଜ୍ୟରେ ଏବେ ଅସହାୟ ତାତି କୁ ଗରମ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ପ୍ରଚଣ୍ଡ ତାତିରେ  ଟ୍ବିନ୍‌ସିଟି ଆଉଟପାଉଟ ହୋଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଟପିିିିିଛି  ଟ୍ବିନ୍‌ସିଟି । କଟକରେ ୪୦.୫ ତାପମାତ୍ରା ଥିବା ବେଳେ ଭୁବନେଶ୍ବରରେ ୪୦.୨ ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ୪୩.୭ ଡିଗ୍ରୀ ସହ ଅନୁଗୁଳ ସବୁଠାରୁ ଉତ୍ତପ୍ତ ସହର ଓ ବଲାଙ୍ଗିରର ତାପମାତ୍ରା ୪୩.୨ ଡିଗ୍ରୀ ରହିଛି।