ନିରଞ୍ଜନ ପୂଜାରୀ ହେଲେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦/୧: ନିରଞ୍ଜନ ପୂଜାରୀ ହେଲେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ । ନବ ଦାସଙ୍କ ଦେହାନ୍ତ ପରେ ରାଜ୍ୟପାଳଙ୍କ ସୁପାରିଶ ପରେ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଅର୍ଥମନ୍ତ୍ରୀ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ ନିରଞ୍ଜନ । ଗତକାଲି ପୋଲିସ ଏଏସଆଇଙ୍କ ଗୁଳିମାଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ଦେହାନ୍ତ ହୋଇଥିଲା । ସୂଚନାଯୋଗ୍ୟ ଯେ ନବ ଦାସଙ୍କୁ ଗୁଳିମାଡ ଘଟଣାର କାରଣ ଖୋଜୁଛି କ୍ରାଇମବ୍ରାଂଚ । ଗତକାଲି ରାତିରେ ପାଖାପାଖି ୨ ଘଂଟା ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ।