ବଡ଼ ଖବର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ, ଛାତିରେ ବାଜିଛି ଗୁଳି

ଭୁବନେଶ୍ୱର,୨୯/୧: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଛି । ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ଭର୍ତ୍ତି କରଯାଇଛି । ବ୍ରଜରାଜନଗର ଗସ୍ତରେ ସ୍ୱାସ୍ଥ୍ୟମନ୍ତ୍ରୀ ଯାଇଥିଲେ । ସୂଚନାନୁସାରେ ସେଠାରେ ଏସକଟ ଗାଡିରୁ ସେ ଓହ୍ଲାଉଥିଲେ । ତାଙ୍କୁ କର୍ମୀମାନେ ଫୁଲତୋଡା ଦେଇ ସମ୍ବନ୍ଧନା ଦେଉଥିଲେ । ସେହି ସମୟରେ ତାଙ୍କ ଉପରେ ଗୁଳିମାଡ ହୋଇଥିଲା । ୪ ରୁ ୫ରାଉଣ୍ଡ ଗୁଳି ମାଡ଼ କରି ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି । ବର୍ତ୍ତମାନ ଯାଏଁ ପୋଲିସ ପାଖରୁ କୌଣସି ସୂଚନା ମିଳିପାରି ନାହିଁ । କିଏ ତାଙ୍କ ଉପରେ ଗୁଳିମାଡ କରିଛି ଏବଂ କାହିଁକି ହୋଇଛି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ ।