କୋଭିଡ ଟିକାର ଅନୁପାତ ନେଇ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬/୬: କୋଭିଡ ଟିକାର ଅନୁପାତ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ପରିବର୍ତ୍ତିତ କୋଭିଡ ଟିକାକରଣ ଗାଇଡଲାଇନ ପରେ ସେ ଚିଠି ଲେଖିଛନ୍ତି । ଘରୋଇ ହସ୍ପିଟାଲ ଟିକାପ୍ରସ୍ତୁତ କମ୍ପାନିଠୁ ୨୫% ଟିକା କିଣିପାରିବେ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୭ଟି ହସ୍ପିଟାଲ କମ୍ପାନିଠୁ ଟିକା ପାଇଛନ୍ତି । ଗାଇଡଲାଇନ ଅନୁସାରେ ରାଜ୍ୟ ତାର ୨୫% ଟିକା ଅନୁଦାନ ହରାଇବା ଆଶଙ୍କା ରହିିିଛି। ତେଣୁ ୭୫:୨୫ ଅନୁପାତକୁ ପରିବର୍ତ୍ତନ କରି ୯୫:୫% ପରିବର୍ତ୍ତନ କରାଯାଉ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।