ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ବୁଲିବେନି ରୋଗୀ, ଗୋଟିଏ ଆକାଉଣ୍ଟରେ ରହିବ ସମସ୍ତ ପୂର୍ବ ଡାଟା

ଭୁବନେଶ୍ୱର,୨/୦୧:  ରାଜ୍ୟରେ ଆୟୁଷ୍ମାନ କାର୍ଡ ଖୁବଶୀଘ୍ର ବଣ୍ଟନ ହେବ । ଏଥିପାଇଁ ପୁରା ପ୍ରକିୟା ଜାରି ରହିଛି । ୩.୫ କୋଟି ଲୋକଙ୍କୁ ଦିଆଯିବ ଏହି କାର୍ଡ। ଏନେଇ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହାସହ ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ରୋଗୀ ବୁଲିବେ ନାହିଁ । ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା । ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ । ନ୍ୟାସନାଲ ହେଲଥ ଅଥରିଟି ଅଣ୍ଡରରେ ରହିବ ଏହି କାର୍ଡ । ଏହି କାର୍ଡର ନାମ ରହିବ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ । କ୍ୟୁ ଆର କୋଡ୍ ସ୍କାନ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ପାଇହେବ । ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ ଅନୁଯାୟୀ ଏହା ପାଇହେବ । ଅନଲାଇନରେ ଏହି କାର୍ଡ ପାଇଁ ଆବେଦନ କରିହେବ । ଆୟୁଷ୍ମାନ ଭାରତ ସହିତ ମିଳିବ ଏହି କାର୍ଡ ।