ହସ୍ପିଟାଲ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ଜାରି କଲେ ହରିୟାଣା ସରକାର

ନୂଆଦିଲ୍ଲୀ,୧୧/୨: ହରିୟାଣା ସରକାର ହସ୍ପିଟାଲ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ଜାରି କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ, ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା କର୍ମଚାରୀଙ୍କୁ ଏଣିକି ସ୍ୱତନ୍ତ୍ର ପୋଷାକ ପିନ୍ଧିବାକୁ ପଡିବ । ଏହାର ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖାଲି ଏତିକି ନୁହେଁ କୌଣସି ମହିଳା କର୍ମଚାରୀ ମେକଅପ ନେଇ ପାରିବେ ନାହିଁ କି କେହି ଜିନ୍ସ ପିନ୍ଧି ଆସିପାରିବେ ନାହିଁ ।