ଇସ୍ତଫା ଦେଲେ ଗୁଜରାଟ କଂଗ୍ରେସର କାର୍ଯ୍ୟନିର୍ବାହୀ ସଭାପତି ହାର୍ଦ୍ଦିକ ପଟେଲ୍‌

ନୂଆଦିଲ୍ଲୀ,୧୮/୫: ସମସ୍ତ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ଆଜି ଗୁଜରାଟ କଂଗ୍ରେସର କାର୍ଯ୍ୟନିର୍ବାହୀ ସଭାପତି ହାର୍ଦ୍ଦିକ ପଟେଲ୍‌ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଇଥିବା କଥା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଏହା ଲେଖିଛନ୍ତି ଯେ ଆଜି ଦୃଢ଼ ଆତ୍ମବିଶ୍ବାସର ସହିତ ପଦରୁ ଏବଂ କଂଗ୍ରେସ ପାର୍ଟିର ମୌଳିକ ସଦସ୍ୟ ପଦରୁ ଇସ୍ଥଫା ଦେଇଛି । ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଭବିଷ୍ୟତରେ ମୁଁ ଗୁଜରାଟ ପାଇଁ ପ୍ରକୃତରେ କାର୍ଯ୍ୟ କରିପାରିବି। ଅନ୍ୟପଟେ ରାଜ୍ୟରେ ଆଉ ଅଳ୍ପ କେତେ ମାସ ପରେ ବିଧାନସଭା ନିର୍ବାଚନ ଥିବାରୁ ହାର୍ଦ୍ଦିକ ପଟେଲ୍‌ଙ୍କ ଇସ୍ତଫା କଂଗ୍ରେସକୁ ବଡ଼ ଝଟକା ଲାଗିଛି ।