ଆଜିଠାରୁ ବିଜେପିର ହରଘର ତ୍ରିରଙ୍ଗା କାର୍ୟ୍ୟକ୍ରମ

ଭୁବନେଶ୍ୱର,୧୧/୦୮: ଆଜିଠାରୁ ବିଜେପି ଆରମ୍ଭ କରୁଛି ହରଘର ତ୍ରିରଙ୍ଗା କାର୍ୟ୍ୟକ୍ରମ। ଦେଶର ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତ୍ରିରଙ୍ଗା ଯାତ୍ରା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ୧୩ ତାରିଖ ଯାଏଁ ଏହି ଯାତ୍ରା ଅନୁଷ୍ଠିତ ହେବ। ୧୪ ଓ ୧୫ ତାରିଖରେ ପ୍ରତି ଘର, କାର୍ୟ୍ୟକାଳୟରେ ଜାତୀୟ ପତାକା ଲଗାଇବାକୁ ଆହ୍ବାନ ଦିଆଯାଇଛି। ସବୁ ନିର୍ବାଚନ ମଣ୍ଡଳୀରେ ରାଲି ସହ ବିଭିନ୍ନ ବୈଠକ ମଧ୍ୟ କରିବ ବିଜେପି। ଗତ ‘ମନ୍ କି ବାତ୍ ’ କାର୍ୟ୍ୟକ୍ରମରେ ହରଘର ତ୍ରିରଙ୍ଗା କାର୍ୟ୍ୟକ୍ରମ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଏହାକୁ ଏକ ଜାତୀୟ ଉତ୍ସବରେ ପରିଣତ କରିବାକୁ ମୋଦୀ ଆହ୍ବାନ ଦେଇଥିଲେ। ଜାତୀୟ ପତାକା ସହ ସେଲଫି ଫଟୋ ଉଠାଇ ଏହାକୁ ଅପଲୋଡ କରିବାକୁ ଓ ଏନେଇ ଏକ ପ୍ରମାଣପତ୍ର ପାଇବା କଥା ମଧ୍ୟ ମୋଦୀ କହିଛନ୍ତି। ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ହରଘରତ୍ରିରଙ୍ଗା ଡଟ୍ କମ୍ ୱେବସାଇଟରେ ଏହି ଫଟୋ ଅପଲୋଡ କରିପାରିବେ।