ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହେବାକୁ ଦେଶର ନାଗରିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର, ୧୩/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ଫଟୋ ବଦଳାଇ  ‘ତ୍ରିରଙ୍ଗା’ର ଫଟୋ ଲଗାଇଛନ୍ତି । ସେ ଦେଶର ଲୋକଙ୍କୁ ମଧ୍ୟ ତ୍ରିରଙ୍ଗା ମହୋତ୍ସବ ପାଳିବାକୁ ଅପିଲ କରିଛନ୍ତି । ହର୍ ଘର୍ ତିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ଦେଶର ନାଗରିକଙ୍କୁ ଅପିଲ କରିଛନ୍ତି ମୋଦୀ । ଏହାସହ ନିଜ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ସଂଲଗ୍ନ କରି ଏହି ଅଭିଯାନକୁ ସଶକ୍ତ କରିବାକୁ ଅପିଲ କରିଛନ୍ତି ।