ଅନ୍ତର୍ଜାତୀୟ ମହିଳା ଦିବସ, ଚଳିତ ବର୍ଷ ଥିମ୍ ରହିଛି ଏମ୍ବରେସ୍ ଇକ୍ୟୁଟି

ଭୁବନେଶ୍ୱର,୮/୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଛି । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ । ଏହା ସହ ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକରୁ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନ ପାଳନ ହୋଇଥାଏ । ଅନ୍ତର୍ଜାତୀୟ ମହିଳା ଦିବସରେ ଚଳିତ ବର୍ଷ ଥିମ୍ ରହିଛି ଏମ୍ବରେସ୍ ଇକ୍ୟୁଟି ଅଥାତ୍ ସମାନତା ପାଇଁ କାର୍ଯ୍ୟ କରିବା । ସାରା ବିଶ୍ୱରେ ଏହି ଦିବସକୁ ପାଳନ କରାଯାଉଛି ।