ନୂଆଦିଲ୍ଲୀ, ୧/୧: ନୂତନ ବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ସେ କହିଛନ୍ତି ଯେ ନୂଆ ବର୍ଷ ଏକ ନୂଆ ଆରମ୍ଭ କରିବାର ଅବସର ହୋଇଥାଏ। ବ୍ୟକ୍ତିଗତ ଏବଂ ସାମୁହିକ ବିକାଶର ସଂକଳ୍ପ ପାଇଁ ଏହା ପ୍ରେରଣା ଦିଏ ବୋଲି ସେ କହିଛନ୍ତି।
Let us continue to work together for creating an inclusive society filled with the spirit of love and compassion that promotes peace and goodwill.
May all of you remain safe and healthy, and march ahead with renewed energy to achieve the common goal of our nation’s progress.
— President of India (@rashtrapatibhvn) January 1, 2021
ସେହିପରି ନୂତନ ବର୍ଷରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂତନ ବର୍ଷ ଉତ୍ତମ ସ୍ବାସ୍ଥ୍ୟ, ଆନନ୍ଦ ଏବଂ ସମୃଦ୍ଧତା ଆଣୁ ବୋଲି ସେ କହିଛନ୍ତି।
Wishing you a happy 2021!
May this year bring good health, joy and prosperity.
May the spirit of hope and wellness prevail.
— Narendra Modi (@narendramodi) January 1, 2021
ନୂତନ ବର୍ଷରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୧ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ ବୋଲି ସେ କହିଛନ୍ତି।
ନୂତନ ବର୍ଷରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ କୃପାରୁ ବର୍ଷ ୨୦୨୧ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ।
Wish all of you a very #HappyNewYear and wish everyone’s lives are filled with hope, peace and prosperity in the new year of 2021.#JaiJagannatha pic.twitter.com/AeoTp3Zncv— Naveen Patnaik (@Naveen_Odisha) January 1, 2021