ଭୁବନେଶ୍ୱର,୧୩/୦୪: ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ହନୁମାନ ଜୟନ୍ତୀ ପାଳନ ଉପରେ ରହିଛି ପୋଲିସ ବିଭାଗର ନଜର । ଏଥି ପାଇଁ ନିୟୋଜିତ ହେବେ ୨୦୦ ପ୍ଲାଟୁନ ଫୋର୍ସ, ନଜର ରଖିବ ୪୦ଡ୍ରୋନ ସହ ୬୦୦ ସିସିଟିଭି କ୍ୟାମେରା । ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ବ୍ୟାପକ ଫୋର୍ସ ମୃତୟନ କରାଯିବ । ଏଥିସହିତ ସହ ବ୍ୟାରିକେଡିଂର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।ହିଟ୍ୱେଭ ପାଇଁ ଓଆରଏସ, ପାଣି ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଅପ୍ରୀତିକର ପରିସ୍ଥିତି ଏବଂ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଭିଡ଼କୁ ସାମ୍ନା କରିବାକୁ ଥିବା ପୁଲିସ କର୍ମଚାରୀଙ୍କ ଦେହରେ ବଡ଼ି ଫିଟ୍ କ୍ୟାମେରା ଲଗାଯାଇଛି, ଯାହା ଦ୍ୱାରା ଲୋକଙ୍କ ଆଚରଣ, ଉଚ୍ଚାରଣ ଉପରେ ନଜର ରଖିହେବ ।