ହମାସକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାକୁ ଇସ୍ରାଏଲର ନୂଆ ରଣନୀତି

ନୂଆଦିଲ୍ଲୀ,୨/୧୨: ହମାସକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାକୁ ଇସ୍ରାଏଲ ନୂଆ ରଣନୀତି ଆପଣେଇଛି । ୧୯୭୨ ମସିହାରେ ‘ରାଥ ଅଫ ଗଡ’ ରାସ୍ତାକୁ ପୁଣି ଆପଣାଇବାକୁ ଯାଉଛି ଇସ୍ରାଏଲ । ଗାଜାରେ ଅପରେସନ ଶେଷ କରିବା ପରେ ଇସ୍ରାଏଲ ହମାସ ଟପ କମାଣ୍ଡରଙ୍କ ହତ୍ୟା କରିବା ପାଇଁ ଯୋଜନା କରୁଛି । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ସହ ବୈଠକ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ । ମୁଖ୍ୟତ ତୁର୍କୀ, ଲେବନାନ ଓ କତରରେ ଟାର୍ଗେଟ ଶତ୍ରୁଙ୍କୁ ନିପାତ କରିଛି ମୋସାଦ ଏଂଜେଟ ।