କାର୍ତ୍ତିକ ମାସରେ ହବିଷିଆଳିଙ୍କୁ ପୁରୀ ମନା

ଭୁବନେଶ୍ୱର, ୧୧/୧୦: ରାଜ୍ୟରେ କରୋନା ସଂକ୍ରମଣ କମିଲେ ମଧ୍ୟ ବିପଦ ଟଳିନି। ଏହାରି ମଧ୍ୟରେ କୋଭିଡ କଟକଣା ଯୋଗୁ କାର୍ତ୍ତିକ ମାସରେ ହବିଷିଆଳିଙ୍କୁ ପୁରୀ ଆସିବା ବାରଣ ହୋଇଛିି।
ଛତିଶା ନିଯୋଗ ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଛି।ନଭେମ୍ବର ୪, ୧୬,୧୯ ତାରିଖରେ ମନ୍ଦିର ବନ୍ଦ ରହିବ। ସେହିପରି ନଭେମ୍ବର ମାସରେ ସବୁ ରବିବାର ବି ବନ୍ଦ ରହିବ ଜଗା ଦର୍ଶନ। ଅନ୍ୟପକ୍ଷରେ ନଭେମ୍ବର ୧୮ରୁ ହେରିଟେଜ କରିଡର କାମ ଆରମ୍ଭ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ଛତିଶା ନିଯୋଗ ମହାନାୟକ, ବିଭିନ୍ନ ସେବାୟତ ନିଯୋଗ ପ୍ରତିନିଧି, ଜିଲ୍ଲାପାଳ, ଏସପିଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ ।