ଏଚ୍‌୩ଏନ୍‌୨ ଭାଇରସ୍‌ରେ ଗୁଜୁରାଟର ଜଣେ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୪/୩: କ ରୋନା ପରେ ଏବେ ଡ଼ରାଇଲାଣି ଏଚ୍‌୩ଏନ୍‌୨ ଭାଇରସ୍। ଏଚ୍‌୩ଏନ୍‌୨ ଭାଇରସ୍‌ରେ ଗୁଜୁରାଟର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଚ୍‌୩ଏନ୍‌୨ ଭାଇରସ୍‌ରେ ଏହା ହେଉଛି ରାଜ୍ୟର ପ୍ରଥମ ମୃତ୍ୟୁ ମାମଲା। ମହିଳା ଜଣକ ଏସ୍‌ଏସ୍‌ଜି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।

ଏହି ମାମଲାକୁ ମିଶାଇ ଦେଶରେ ସମୁଦାୟ ୭ଟି ମୃତ୍ୟୁ ହୋଇ ସାରିଲାଣି। ପ୍ରଥମ ମୃତ୍ୟୁ ମାମଲା ଚିହ୍ନଟ ହୋଇଥିଲା କର୍ଣ୍ଣାଟକର ହସନ ଜିଲ୍ଳାରେ। ୮୨ ବର୍ଷୀୟ ବୃଦ୍ଧ ଜଣଙ୍କର ମୃତ୍ୟୁ ହେବା ପରେ ଦେଶର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା।