ଜ୍ଞାନବାପୀ ମସଜିଦରେ ଏଏସଆଇର ସର୍ଭେ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪/୦୭: ଉତରପ୍ରଦେଶ ବାରାଣାସୀରେ ଥିବା ଜ୍ଞାନବାପି ମସଜିଦ ଆଜି ଆରମ୍ଭ ହୋଇଥିବା ଏଏସ୍ଆଇ ସର୍ଭେ କାମ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏଏସ୍ଆଇର ପ୍ରାୟ ୩୮ଜଣ ସଦସ୍ୟ ଜ୍ଞାନବାପି ମସଜିଦରେ ପହଁଚି ସାଇଂଟିଫିକ୍ ସର୍ଭେ ଆରମ୍ଭ କରିଥିଲେ । ସର୍ଭେ ସମୟରେ ଏହି ଐତିହାସିକ ମସଜିଦ୍ରେ କାଳେ ଖୋଳାଖୋଳି କରିବେ, ଏନେଇ ମସଜିଦ୍ କର୍ତୃପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ ନାୟାଳୟ ଏହାର ଶୁଣାଣି କରି ଜୁଲାଇ ୨୬ ସନ୍ଧ୍ୟା ୫ଟା ଯାଏଁ ସମସ୍ତ ପ୍ରକାର ସର୍ଭେ କାମ ଉପରେ ରୋକ ଲଗାଇଛନ୍ତି । ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର ପାଖରେ ଥିବା ଏହି ଜ୍ଞାନବ୍ୟାପୀ ମସଜିଦରେ ସର୍ଭେ କରିବାକୁ ତଳ କୋର୍ଟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଥିଲେ ।