ଆରପାରିରେ ମହାଭାରତର ଶକୁନି

ଭୁବନେଶ୍ୱର,୫/୦୬: ଆରପାରିରେ ମହାଭାରତର ଶକୁନି ।  ମହାଭାରତରେ ଶକୁନି ଚରିତ୍ରରେ ଥିବା ଗୁଫି ପେଂଟଲଙ୍କର ଆଜି ସକାଳୁ ଦେହାନ୍ତ ହୋଇଛି । ସେ ୭୯ ବର୍ଷ ବୟସରେ ଶେଷ ନିଶ୍ୱାସତ୍ୟାଗ କରିଛନ୍ତି । ଉଚ୍ଚରକ୍ତ ଚାପ ସହିତ ହୃଦରୋଗ ଯୋଗୁ ଅସୁସ୍ଥ ହୋଇପଡିଥିଲେ ଗୁଫି । ଅସୁସ୍ଥତା ଯୋଗୁ କିଛି ଦିନ ହେଲା ମୁମ୍ବାଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ ଗୁଫି ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ରହିଥିଲା ।ଚିକିତ୍ସା ଚାଲିଥିବା ବେଳେ ମେଡିକାଲରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ମହାଭାରତ ଧାରାବାହିକ ବ୍ୟତୀତ ଗୁଫି ଅନେକ ଫିଲ୍ମରେ ଅଭିନୟ କରିଥିଲେ । ସେ ଚୈତନ୍ୟ ମହପ୍ରଭୁ ନାମକ ଏକ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ।