ଆଜି ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହା

ନୂଆଦିଲ୍ଲୀ,୫/୧୨: ଆଜି ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୮ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ମତଦାନ ହେବ । ୧୪ଟି ଜିଲ୍ଲାର ମୋଟ ୯୩ଟି ଆସନ ପାଇଁ ମତଦାନ ହେବ । ମୈଦାନରେ ରହିଛନ୍ତି ମୋଟ୍ ୮୩୩ ପ୍ରାର୍ଥୀ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ ତାଙ୍କର ଆଠ ମନ୍ତ୍ରୀ ରହିଛନ୍ତି । ଏହାରିମଧ୍ୟରେ ଭୋଟ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା।

ଏହି ପର୍ଯ୍ୟାୟରେ ମୋଟ ୨.୫୪ କୋଟି ଭୋଟର ସେମାନଙ୍କ ବିଧାନସଭାର ନେତା ବାଛିବେ । ମତଦାନ ପାଇଁ ମୋଟ୍ ୨୬ ହଜାର ୪୦୯ ମତଦାନ କେନ୍ଦ୍ର ରହିଛି । ଏଥିପାଇଁ ମୋଟ୍ ୩୬ ହଜାର ଇଭିଏମ୍ ମେସିନ୍ ବ୍ୟବହାର କରାଯିବ । ୧୪ଟି ଜିଲ୍ଲାରେ ୨୯ ହଜାର ପ୍ରିଜାଇଡିଂ ଅଫିସର ଏବଂ ୮୪ ହଜାରରୁ ଅଧିକ ମତଦାନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୋଟ୍ ଦେବେ ।