ଗୁଜୁରାଟ ବିଧାନସଭାର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଜାରି

ନୂଆଦିଲ୍ଲୀ,୧/୧୨: ଗୁଜୁରାଟ ବିଧାନସଭାର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ୧୯ ଜିଲ୍ଲାର ୮୯ ଆସନ ପାଇଁ ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୭୮୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨ କୋଟି ୩୯ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ କରାଯିବ । ୧୯ ଜିଲ୍ଲାରେ ଭୋଟ ଗ୍ରହଣ ପାଇଁ ୨୫ ହଜାର ୪୪୩ ମତଦାନ କେନ୍ଦ୍ର କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ସାରିବାକୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।