ବାଜିଲା ବିଗୁଲ: ଡିସେମ୍ବର ୧ ଓ ୫ରେ ଗୁଜରାରେ ହେବ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୩/୧୧: ଡିସେମ୍ବର ୧ ଓ ୫ରେ ଗୁଜରାରେ ହେବ ବିଧାନସଭା ନିର୍ବାଚନ । ଗୁଜରାଟ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ମୁଖ୍ୟନିର୍ବାଚନ ଆୟୋଗ ରାଜୀବ କୁମାର ପ୍ରେସମିଟରେ ଏନେଇ ତାରିଖ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନଭେମ୍ବର ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୧୪ ନାମାଙ୍କନର ଶେଷ ଦିନ ରହିଛି । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନଭେମ୍ବର ୧୭ ନାମାଙ୍କନର ଶେଷ ଦିନ ରହିଛି । ଡିସେମ୍ବର ୧ ଓ ୫ ତାରିଖରେ ମତଦାନ ହେବ । ଡିସେମ୍ବର ୮ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଆସନରେ ମତଦାନ ହେବ । ୨୦୨୩ ଫେବ୍ରୁଆରୀ ୧୮ରେ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି ।

୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ପାଇଁ ମତଗ୍ରହଣ କରାଯିବ । ୩୩ ଜିଲ୍ଲାରେ ଚଳିତ ନିର୍ବାଚନରେ ୪ କୋଟି ୯୦ ଲକ୍ଷ ଭୋଟର ରହିଛନ୍ତି ।