ପୋଷା କୁକୁରଙ୍କ ପାଇଁ ନୂଆ ମାର୍ଗଦର୍ଶିକା ଆଣିବ ବିଏମସି

ଭୁବନେଶ୍ୱର,୨୩/୩: କୁକର ମାଲିକ ସାବଧାନ! ପୋଷା କୁକୁରଙ୍କ ପାଇଁ ଏବେ ନୂଆ ମାର୍ଗଦର୍ଶିକା ଆଣିବ ଭୁବନେଶ୍ୱର ମହାନଗର ନିଗମ । ଆପତ୍ତି ଓ ପରାମର୍ଶ ପରେ ଚିଠାପ୍ରସ୍ତାବ ଚୂଡାନ୍ତ ହୋଇଛି । ନୂଆ ମାର୍ଗଦର୍ଶିକା ଅନୁସାରେ,ବିନା ଟ୍ୟାଗରେ ମାଲିକ କୁକୁରଙ୍କୁ ବାହାରକୁ ଆଣିପାରିବେ ନାହିଁ। ରାଜଧାନୀ ରାସ୍ତାକଡରେ ମଳତ୍ୟାଗ କରିପାରିବେନି। ଏଭଳି କଲେ ୧୦ ହଜାର ଟଙ୍କାର ଫାଇନ ଦେବାକୁ ପଡିବ। ମାଲିକଙ୍କୁ ଟିକାକରଣ , ବନ୍ଧ୍ୟାକରଣ ଓ ଲାଇସେନ୍ସ କରିବାକୁ ପଡିବ। କୁକୁରକୁ ରୋଗ ହେଲେ ଓ କିମ୍ବା ବୟସ୍କ ହେଲେ ବାହାରକୁ ଛାଡିପାରିବେନି। କୁକୁର ରଖିବାକୁ ହେଲେ ପଞ୍ଜିକରଣ କରିବାକୁ ପଡିବ ଓ ମାଲିକଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ବିଏମସି ପାଖରେ ରହିବ।