ପ୍ରସିଦ୍ଧ ତାରାତାରିଣୀ ଯାତ୍ରା ପାଇଁ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର, ୯/୩: ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ଯାତ୍ରା ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଜିଲ୍ଲା ବାହାରର ଲୋକଙ୍କୁ ମନ୍ଦିର ଯିବାକୁ ଅନୁମତି ମିଳିବ ନାହିଁ । ସେମାନଙ୍କୁ ପାହାଡ଼ ତଳେ ପ୍ରସାଦ ମିଳିବ। ସେହିପରି ପାହାଡ଼ ଉପରକୁ ଘରୋଇ ଯାନବାହନ ନେଇପାରିବେନି ଶ୍ରଦ୍ଧାଳୁ । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ଗାଡ଼ିର ବ୍ୟବସ୍ଥା କରାଯିବ। ତାରାତାରିଣୀ ମନ୍ଦିର ନିକଟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସକାଳ ୬ରୁ ସଂଧ୍ୟା ୫ଟା ମଧ୍ୟରେ ଦର୍ଶନ କରିପାରିବେ ଭକ୍ତ । ମାସ୍କ ଓ ସାମାଜିକ ଦୂରତା ନିୟମ ମାନିବା ବାଧ୍ୟତାମୂଳକ। ଯଦି କେହି ନିୟମ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।