କୋଭିଡ୍‌ର ନୂଆ ଭ୍ୟାରିଏଣ୍ଟ ଚିହ୍ନଟ ପରେ ନୂଆ ଗାଇଡ଼ଲାଇନ ଜାରି

ନୂଆଦିଲ୍ଲୀ, ୨୮/୧୧: ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଟିକେ କମିବା ପରେ ପୁଣି ଚିନ୍ତା ବଢ଼ାଇଲାଣି କୋଭିଡ୍‌ର ନୂଆ ଭ୍ୟାରିଏଣ୍ଟ । ଏହା ଚିହ୍ନଟ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି। ବିଦେଶୀ ଯାତ୍ରୀଙ୍କୁ ସର୍ଭେଲାନ୍ସ ସହ ବାଧ୍ୟତାମୂଳକ କ୍ୱାରେଣ୍ଟିନ ବ୍ୟବସ୍ଥା କରାଯାଇଛି। ଏହାସହ
ଦେଶ ବାହାରୁ ଆସିଲେ ଟେଷ୍ଟିଂ ସହ ଜେନମ ସିକ୍ୟୁଏନ୍ସିଂ କରାଯିବ ବୋଲି ସୂଚନା ରହିଛି। ଏହାସହ ଜୋରଦାର ହେବ କମ୍ୟୁନିଟି ସର୍ଭେଲାନ୍ସ। ଲୋକଙ୍କୁ ସଚେତନ କରାଯିବ
ସହ ବିଦେଶୀ ଯାତ୍ରୀଙ୍କ ପାଇଁ ଅନ୍ତର୍ଜାତୀୟ ସଙ୍ଗରୋଧ କଣ୍ଟ୍ରୋଲ ବ୍ୟବସ୍ଥା କରାଯିବ।