ଜାନୁଆରି ପାଇଁ ଗାଇଡ୍‌ଲାଇନ ଜାରି କଲେ ରାଜ୍ୟ ସରକାର, ଜାଣନ୍ତୁ କଣ ରହିଛି କଟକଣା

ଭୁବନେଶ୍ୱର, ୩୦/୧୨: ରାଜ୍ୟରେ ଏବେ କଁ ରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳି ନି। ପୁଣି ଏବେ ଓମି କ୍ର ନ ନିଦ ହଜାଇ ଦେଇଛି। ଏହାରିମଧ୍ୟରେ ଜାନୁଆରି ପାଇଁ କୋଭିଡ ଗାଇଡ୍‌ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଜାନୁଆରି ୧ ସକାଳ ୫ଟାରୁ ଲାଗୁ ହେବ ଏହି ନୂଆ କଟକଣା। ସବୁ ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ ଯାଏ ନାଇଟ କର୍ଫ୍ୟୁ ଜାରି ରହିବ। ଅନ୍ୟପକ୍ଷରେ ବଣଭୋଜି, ମେଳା, ପ୍ରଦର୍ଶନୀ, ମହୋତ୍ସବ କୁ ଅନୁମତି ନାହିଁ। କୌଣସି ଶିକ୍ଷାନୁଷ୍ଠାନ ପକ୍ଷରୁ ବି ପିକନିକ ଓ ଏକ୍ସକର୍ସନ ଆୟୋଜନ ହୋଇପାରିବ ନାହିଁ। ସକାଳ ୫ଟାରୁ ରାତି ୧୦ଟା ଯାଏ  ସବୁ ଦୋକାନ ବଜାର ଖୋଲିପାରିବ। ୨୫୦ ଲୋକଙ୍କୁ ନେଇ ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ହେବ।