ପାର୍ବଣ ଋତୁ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୯/୮: ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ବିନା ଭକ୍ତରେ ହେବ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା। ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ଜରୁରୀ ରହିଛି। ୪ଫୁଟରୁ କମ୍ ଉଚ୍ଚତାରେ ହେବ ମୂର୍ତ୍ତି । ତିନି ପଟରୁ ସମ୍ପୂର୍ଣ୍ଣ ଆବଦ୍ଧ ହେବ ପୂଜା ପେଣ୍ଡାଲ୍ ।  ପୂଜା ପେଣ୍ଡାଲରେ ସର୍ବାଧିକ ୭ଜଣ ରହିବାକୁ ଅନୁମତି ମିଳିଛି । କର୍ତ୍ତା, ପୁରୋହିତ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମିଶାଇ ୭ଜଣଙ୍କୁ ଅନୁମତି ମିଳିଛି ।

ସେହିପରି କୋଭିଡ୍ ନିୟମ ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ ରହିଛି । ଭଷାଣି ଶୋଭାଯାତ୍ରାକୁ ଅନୁମତି ନଥିବା ବେଳେ କୁତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ। କୌଣସି ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ। ସିମିତ ଛାତ୍ରଛାତ୍ରୀରେ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ପାଇଁ ଅନୁମତି । ପାର୍ବଣରେ ଭୋଜିଭାତର ଆୟୋଜନ କରାଯାଇପାରିବ ନାହିଁ। ଲାଗୁ କରାଯାଇଥିବା ନିର୍ଦ୍ଦେଶନାମାକୁ  ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନର କଡାକଡି କରିବେ ।