ଫେବ୍ରୁଆରି ମାସ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର, ୩୦/୧: କରୋନା ଲଢ଼େଇ ପାଇଁ ରାଜ୍ୟରେ ଫେବ୍ରୁଆରି ମାସ ପାଇଁ ଗାଇଡ୍‌ଲାଇନ୍ ଜାରି ହୋଇଛି। ଏହା ଫେବ୍ରୁଆରି ୨୮ ଯାଏ ନୂଆ ଗାଇଡ ଲାଇନ୍‌ ଲାଗୁ ହେବ ।

ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶରେ ୫୦୦ ଲୋକଙ୍କୁ ଅନୁମତି ମିଳିଛି । ଆବଦ୍ଧ ହଲରେ କ୍ଷମତାର ୫୦% ପର୍ଯ୍ୟନ୍ତ ଲୋକଙ୍କୁ ମିଳିବ ଅନୁମତି । ଖୋଲା ଜାଗାର ଆକାର ଦେଖି ସମାଗମ ନିର୍ଦ୍ଧାରଣ କରାଯିବ।

କେନ୍ଦ୍ରର ଗାଇଡଲାଇନ ମାନି ହୋଇପାରିବ କଣ୍ଟେନମେଣ୍ଟ ଜୋନ । ଜିଲ୍ଲାପାଳ ଓ ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିବେ । ଯାତ୍ରା ଓ ଅପେରା ପାଇଁ ସ୍ଥାନୀୟ ପ୍ରଶାସନ ଦେବ ଅନୁମତି । କୋଭିଡ ଗାଇଡଲାଇନ ମାନି ଚାଲିବ କାର୍ଯ୍ୟକ୍ରମ । SOP ମାନି ଖୋଲିବ ସିନେମା ହଲ୍ ଓ ଥିଏଟର ।

ସେହିପରି ଫେବ୍ରୁଆରି ପହିଲାରୁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର । କଲେଜ ଓ ହଷ୍ଟେଲ ଖୋଲିବା ନେଇ ନିଷ୍ପତ୍ତି ନେବ ଉଚ୍ଚଶିକ୍ଷା ବିଭାଗ । ଇଞ୍ଜିନିୟରିଂ କଲେଜ ଖୋଲିବା ନିଷ୍ପତ୍ତି ନେବ ବୈଷୟିକ ଶିକ୍ଷା ବିଭାଗ ।ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ SOP ପ୍ରସ୍ତୁତ କରିବାକୁ ପରାମର୍ଶ ଦିିିଆଯାଇଛି । ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି  ଗଣଶିକ୍ଷା ବିଭାଗ ନେବ।