ମେଡିକାଲ ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ଗାଇଡ ଲାଇନ୍ ଜାରି

ଭୁବନେଶ୍ୱର,୧୮/୦୯: ରାଜ୍ୟର ଡାକ୍ତର, ମେଡିକାଲ ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ଗାଇଡ ଲାଇନ୍ ଜାରି କରିଛନ୍ତି। ଡାକ୍ତରଖାନାରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ, ଡାକ୍ତରୀ ଛାତ୍ର ଓ ଡାକ୍ତରଙ୍କ ସୁରକ୍ଷାକୁ ସର୍ବାଧ‌ିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର।

ଗାଇଡଲାଇନ୍‌ ଅନୁସାରେ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। କର୍ମଚାରୀଙ୍କ ପାଇଁ ପରିଚୟପତ୍ର ଓ ଡ୍ରେସ କୋଡ ରହିବ। ଜରୁରୀ ଇଣ୍ଡୋର ରୋଗୀଙ୍କ ସହାୟକଙ୍କ ପାଇଁ ପାସ୍ ଆବଶ୍ୟକ ବ୍ୟବସ୍ଥା କରାଯିବ। ସବୁ ଓପିଡିରେ ଉଭୟ ପୁରୁଷ ଓ ମହିଳା ସୁରକ୍ଷାକର୍ମୀ ରହିବେ। ହସ୍ପିଟାଲର ପ୍ରମୁଖ ସ୍ଥାନମାନଙ୍କରେ ସିସିଟିଭି ବାଧ୍ୟତାମୂଳକ।
ସେହିପରି ସୁରକ୍ଷାକର୍ମୀଙ୍କ ପାଇଁ ଏକ କଣ୍ଟ୍ରୋଲ ରୁମ ରହିବ। ମହିଳା ଡାକ୍ତର ଓ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ସହ ଘରେ ଛଡ଼ାଯିବ। ସରକାରୀ ମେଡିକାଲ କଲେଜରେ ପୁଲିସ ଆଉଟପୋଷ୍ଟ ରହିବ।

Leave a Reply

Your email address will not be published. Required fields are marked *