ଦୀପାବଳି ପାଇଁ ଆସିଲା ଗାଇଡ଼ଲାଇନ, ମାତ୍ର ଦୁଇ ଘଣ୍ଟା ଫୁଟାଇ ପାରିବେ ବାଣ

ଭୁବନେଶ୍ୱର,୩୦/୧୦: ଦୀପାବଳି  ପାଇଁ  ଚାରିଆଡେ ଖୋଲିଛି ପୁଳାପୁଳା ବାଣ ଦୋକାନ। ତେବେ ବାଣ ଫୁଟାଇବା ଯୋଗୁ ବାୟୁ ଓ ଶଦ୍ଦ ପ୍ରଦୂଷଣ ବଢିବା ଆଶଙ୍କାରେ ଲୋକଙ୍କ ପାଇଁ ନିୟମାବଳୀ ଜାରି କରିଛି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହାସହିତ ଗ୍ରୀନ୍ କ୍ରାକର ଉପରେ ଜୋର୍ ଦେଇଛି ବୋର୍ଡ। ସଂଧ୍ୟା ୭ରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିଛି । ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ପାଇଁ ମନା କରାଯାଇଛି । ପ୍ରଦୂଷଣ ନହେବା ପାଇଁ ସୁପ୍ରିମକୋର୍ଟ ଦୀପାବଳିରେ ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।