ବାର୍‌ଗୁଡ଼ିକ ପାଇଁ ଗାଇଡଲାଇନ ଜାରି କଲା କମିସନରେଟ ପୋଲିସ

ଭୁବନେଶ୍ୱର, ୧/୧୧: ବାର୍‌ଗୁଡ଼ିକ ପାଇଁ ଗାଇଡଲାଇନ ଜାରି କରିଛି କମିସନରେଟ ପୋଲିସ। ବାର୍‌ଗୁଡ଼ିକରେ ଆଉ ରହିବେନି ବାଉନ୍‌ସର। ବାଉନ୍‌ସରଙ୍କୁ ବାର୍‌ରେ ନିୟୋଜିତ କରି ପାରିବେ ନାହିଁ ବାର୍ ମାଲିକ । କେବଳ ସ୍ବୀକୃତି ପ୍ରାପ୍ତ ସିକ୍ୟୁରିଟି ଏଜେନ୍ସିରୁ କର୍ମଚାରୀଙ୍କୁ ନିୟୋଜିତ କରି ପାରିବେ ବାର୍ ମାଲିକ । ଏହି କଟକଣା ଦୁଇ ମାସ ପାଇଁ ଜାରି ହୋଇଥିବା ସୂଚନା ମିଳିଛି।