ଆଫଗାନିସ୍ତାନ ଫେରନ୍ତାଙ୍କ ପାଇଁ ଆସିଲା ଗାଇଡ଼ଲାଇନ

ନୂଆଦିଲ୍ଲୀ, ୨୪/୮:ଆଫଗାନିସ୍ତାନ ଫେରନ୍ତାଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ଭାରତକୁ ଫେରିବା ପରେ ୧୪ ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ ରହିଛି। ଅନ୍ୟପଟେ ଦିଲ୍ଲୀ ITBP କ୍ୟାମ୍ପରେ ୧୪ ଦିନ କ୍ୱାରେଣ୍ଟିନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଯୋଗ୍ୟ ଯେ ଆଫଗାନିସ୍ତାନରେ ତାଲିବାନୀର ଶାସନ ପରେ ସେଠାରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ତେଣୁ ସେଠାରୁ ଭାରତୀୟଙ୍କୁ  ସ୍ଥାନାନ୍ତର କରିବା ପାଇଁ ଭାରତ ସରକାରଙ୍କ ମିଶନ ଜାରି ରହିଛି। ଫେରୁଥିବା ଭାରତୀୟଙ୍କ ମଧ୍ୟରୁ ୨ ଜଣ ଯାତ୍ରୀ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ପଜିଟିଭ୍ ବାହାରିଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମେଘାଳୟ ଓ ଅନ୍ୟଟି ଆନ୍ଧ୍ରପ୍ରଦେଶର। ସେମାନଙ୍କୁ ଏବେ କ୍ଵାରେଣ୍ଟିନ ରେ ରଖାଯାଇଛି।