ନୂଆଦିଲ୍ଲୀ, ୨୨/୧୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୫୫ ତମ ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜସ୍ଥାନ ଜୈସଲମରରେ ହୋଇଥିବା ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଜିଏସଟି କର ଉପରେ ବଡ଼ ନିଷ୍ପତ୍ତି ନିଆଯାଇଛି ।
ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କଣ ହେବ ଶସ୍ତା , କଣ ହେବ ମହଙ୍ଗା
-ପୁରୁଣା କାର ଉପରେ ଜିଏସଟି ଦର ୧୨% ବଦଳରେ ୧୮% ଆଦାୟ ନିଷ୍ପତ୍ତି
-କୌଣସି ବ୍ୟକ୍ତି ପୁରୁଣା କାର କିଣିଲେ ବା ବିକିଲେ ପୂର୍ବପରି ୧୨% ଜିଏସଟି ଦେବେ
-ନୂଆ ଇଭି କାର ଉପରେ ୫% ଜିଏସଟି ଆଦାୟ ନିଷ୍ପତ୍ତି -ପପକର୍ଣ୍ଣର ସ୍ୱାଦ ଓ ପ୍ରକାର ଅନୁସାରେ ୫ , ୧୨ ଓ ୧୮% ହାରରେ ଜିଏସଟି ଆଦାୟ କରାଯିବ
-ସ୍ୱାସ୍ଥ୍ୟ ବୀମା ଓ ଜୀବନ ବୀମା ଉପରେ ଟିକସ ହ୍ରାସ ନିଷ୍ପତ୍ତି ଘୁଞ୍ଚିଲା
-ଜମାଟୋ, ସ୍ୱିଗି ଭଳି ସଂସ୍ଥାଠୁ ଅନଲାଇନ ଖାଦ୍ୟ ବରାଦ ଉପରେ ଜିଏଟି ହ୍ରାସ ନିଷ୍ପତ୍ତିକୁ ମଧ୍ୟ ଟାଳି ଦିଆଯାଇଛି
-ରୁଣ ନେଇଥିବା ବ୍ୟକ୍ତିଙ୍କ ଉପରେ ବ୍ୟାଙ୍କ ଲଗାଉଥିବା ଜରିମାନା ରାଶି ଉପରେ ଶୂନ୍ୟ ପ୍ରତିଶତ ଜିଏସଟି
-ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଲାଗୁଥିବା ଜିଏସଟି ଦର ଅପରିବର୍ତ୍ତିତ