ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୮/୦୫: ୨୦୨୪ ନିର୍ବାଚନ ପାଇଁ ଏବେ ଠାରୁ  ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି । ଏନେଇ ସବୁ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖି ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ‌ଉଲ୍ଲେଖ କରିଛନ୍ତି ଯେ, ଆସନ୍ତା ମେ’ ୨୯ ତାରିଖ ସୁଦ୍ଧା ଏନେଇ ତାଲିକା ଦିଅନ୍ତୁ । ବିଶେଷକରି ଓଡ଼ିଶା ପ୍ରଶାସନିକ ସେବା/ଓଡ଼ିଶା ରାଜସ୍ବ ସେବା, ଗ୍ରୁପ- ବି ଅଫିସରଙ୍କ ପାଇଁ ନିୟମ ଲାଗୁ ହେବ ବୋଲି ଚିଠିରେ କୁହାଯାଇଛି।