ମମିତା ନିଖୋଜ ମାମଲା: ଗୋବିନ୍ଦ ସାହୁକୁ ମୋଷ୍ଟ ୱାଣ୍ଟେଡ ଘୋଷଣା, ଧରି ଆଣିଲେ ମିଳିବ ୨୦ହଜାର ଟଙ୍କା

ଭୁବନେଶ୍ୱର, ୧୯/୧୦: କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲା ରେ ଫେରାର ଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁକୁ ମୋଷ୍ଟ ୱାଣ୍ଟେଡ ଘୋଷଣା କରିଛି ବଲାଙ୍ଗିର ପୋଲିସ। ଏହାସହ ମୋଷ୍ଟ ୱାଣ୍ଟେଡ ଗୋବିନ୍ଦର ଫଟୋ ଜାରି କରିିିଛି ବଲାଙ୍ଗିର ପୋଲିସ। ଟିଟିଲାଗଡ଼ ପୋଲିସ ବ୍ୟାରେକ୍‌ରୁ ଛୁ ମାରିଥିଲା ଗୋବିନ୍ଦ ସାହୁ। ଗୋବିନ୍ଦକୁ ଧରିଲେ ୨୦ ହଜାର ପୁରସ୍କାର ଦେବାକୁ ବଲାଙ୍ଗିର ପୋଲିସର ଘୋଷଣା ମଧ୍ୟ କରିିଛି।

ସୂଚନାଯୋଗ୍ୟ ଯେ ଘରୋଇ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ଆଜି ମାଟି ତଳୁ ମିଳିଛି ମଣିଷ ଶରୀରର ପୋଡ଼ା ଅଂଶ ଓ ସୁନା ଚେନ୍ । ମମିତାଙ୍କୁ ମାରି ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡ଼ିଆରେ ମାରି ପୋତି ଦିଆଯାଇଥିବା ସନ୍ଦେହରେ ପୋଲିସ ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ପରିସରରେ ମାଟି ଖୋଲିଥିଲା। ଏହି ସମୟରେ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି ମମିତା ମେହେରଙ୍କ ଶରୀରର ପୋଡ଼ାଅଂଶ ହୋଇଥିବା ସନ୍ଦେହ କରାଯାଉଛି । ମମିତାଙ୍କୁ ମାରି ପୋଡ଼ି ଦେବା ପରେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି । ତେବେ ମୃତ ଦେହଟି ଚିହ୍ନଟ ପାଇଁ ମମିତାଙ୍କ ପରିବାର ଲୋକଙ୍କୁ ଘଟଣା ସ୍ଥଳକୁ ଡକାଯାଇଥିଲା। ଚିହ୍ନଟ ପ୍ରକ୍ରିୟା ପାଇଁ ଉଦ୍ଧାର ମୃତ ଶରୀରର ଡିଏନ୍‌ଏ ଟେଷ୍ଟ  କରାଯିବ।