ଗୁଳି ମାଡ଼ରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଗୋବିନ୍ଦା

ନୂଆଦିଲ୍ଲୀ,୧/୧୦: ବଲିଉଡ୍‌ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା ମଙ୍ଗଳବାର ଦିନ ଗୁଳି ମାଡ଼ ଖାଇ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ନିଜ ବନ୍ଧୁକରୁ ହିଁ ଗୁଳି ବାଜି ଗୋବିନ୍ଦା ଆହତ ହୋଇ ଚିକିତ୍ସିତ ହେବାକୁ ହସ୍ପିଟାଲ୍‌ ଯାଇଛନ୍ତି। ତାଙ୍କ ନିଜ ବନ୍ଧୁକରୁ ଭୁଲ୍‌ ବଶତଃ ଗୁଳି ଗୋବିନ୍ଦାଙ୍କ ଆଣ୍ଠୁରେ ବାଜି ଯାଇଥିବା ସୂଚନା ରହିଛି। ଗୋବିନ୍ଦା ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ସେ ତାଙ୍କ ଲାଇସେନ୍ସ ପ୍ରାପ୍ତ ରିଭଲଭରକୁ ଦେଖୁଥିବା ବେଳେ ଭୋର୍‌ ୪.୪୫ ସମୟରେ ଏହି ଘଟଣା ଘଟିଥିଲା। ଗୁଳିଟି ଗୋବିନ୍ଦାଙ୍କୁ ତାଙ୍କ ଆଣ୍ଠୁରେ ଆଘାତ କରିଥିଲା । ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ହସ୍ପିଟାଲ୍‌ ପକ୍ଷରୁ ଏଯାବତ୍‌ କୌଣସି ସୂଚନା ମିଳିନାହିଁ। ଅଭିନେତା ଗୋବିନ୍ଦା ନିଜର ନୃତ୍ୟ ଓ ଅଭିନୟ ପ୍ରତିଭା ପାଇଁ ବଲିଉଡ୍‌ରେ ବେଶ୍‌ ପରିଚିତ। ଚଳିତବର୍ଷ ବର୍ଷ ମାର୍ଚ ମାସରେ ଏକନାଥ ସିନ୍ଦେଙ୍କ ଦଳ ଶିବସେନାରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *