ଉତ୍କଳଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧/୪: ଆଜି ହେଉଛି ଉତ୍କଳ ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍‌। ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ଥିବା ଜନନାୟକମାନଙ୍କ ସ୍ମୃତିଚାରଣ ସହ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରାକୁ ସମୃଦ୍ଧ କରିବାକୁ ସେ କହିଛନ୍ତି।

ସେହିପରି ଅନ୍ୟପଟେ ଉତ୍କଳ ଦିବସର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି ଯେ ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା ବୋଲି କହିଛନ୍ତି। ଶେଷକୁ ବନ୍ଦେ ଉତ୍କଳ ଜନନୀ କହିଛନ୍ତି।