ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୨/୩: ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ପୁରୀ ଗସ୍ତ ରେ ସେ ଯାାଇଛନ୍ତି । ପୁରୀରେ ପହଞ୍ଚି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତିି ରାଷ୍ଟ୍ରପତି । ମାଆ ଲକ୍ଷ୍ମୀ ଓ ବିମଳାଙ୍କୁ ମଧ୍ୟ ସପତ୍ନୀକ ଦର୍ଶନ କରିଛନ୍ତି। ଏହାସହ ନିଜ ଦରମାରୁ ଲକ୍ଷେ ଟଙ୍କାର ସମର୍ପଣ ନିଧି ସେ ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ାଃ କ୍ରିଷନ କୁମାରଙ୍କୁ ସେ ଲକ୍ଷେ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।