ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ହେଡକ୍ବାର୍ଟର ଛାଡିବାକୁ ମନା

ଭୁବନେଶ୍ୱର, ୨୫/୧୨: ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ହେଡକ୍ବାର୍ଟର ଛାଡିବାକୁ ମନା କରାଯାଇଛି। କେହି ବିନା ଅନୁମତିରେ ହେଡକ୍ବାର୍ଟର ନ ଛାଡ଼ିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି। ବେଳାଭୂମି ଓ ପିକ୍‌ନିକ୍ ସ୍ପଟ୍‌ରେ ମଧ୍ୟ ଯେମିତି ଭିଡ଼ ନହୁଏ ନଜର ରଖିବାକୁ ନିର୍ଦ୍ଦେଶ  ଦିିିଆଯାଇଛି।