ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣ ଅଳଙ୍କାର ଦାନ

ପୁରୀ, ୧୬/୨(ଦି ପ୍ରଗତି ନ୍ୟୁଜ): ଆଜି ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ୱତୀ ପୂଜା । ଏହି ଅବସରରେ ଜଣେ ଦାତା ମନ୍ଦିରକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟର ସୁବର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟଠାରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଭେଟି ସେ ଏହା ଦାନ କରିଛନ୍ତି । ଏହି ଅଳଙ୍କାର ଶ୍ରୀଜିଉଙ୍କ ବିଭିନ୍ନ ବେଶ ସମୟରେ ବ୍ୟବହାର କରାଯିବ । ସୂଚନା ଯୋଗ୍ୟ ଯେ ଏହି ସୁବର୍ଣ୍ଣ ଅଳଙ୍କାରରେ ବଡ଼ଠାକୁର ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା ରହିଛି । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା ଏବଂ ମା ସୁଭଦ୍ରାଙ୍କ ୨ଟି ତଡ଼କି ହ ୨ଟି ଝୋବା ରହିଛି । ଏହି ସୁବର୍ଣ୍ଣ ଅଳଙ୍କାର ସମୁଦାୟ ୪କେଜି ୫୮୫ ଗ୍ରାମ ସୁନା ଓ ୩କେଜି ୮୭୬ ଗ୍ରାମ ରୂପା ବ୍ୟବହାର କରାଯାଇଛି । ସୁବର୍ଣ୍ଣ ଅଳଙ୍କାର ଦାନ କରିବା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଅନନ୍ତ ତିଆଡ଼ି ଏବଂ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ ।