ସୁନା ଓ ରୂପାର ନୂଆ ଦର ବୃଦ୍ଧି, ଜାଣନ୍ତୁ ଆଜି କେତେ ଅଛି ରେଟ୍ ?

ଭୁବନେଶ୍ୱର,୨୯/୦୩: ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । ଏବେ ବଢିଚାଲିଛି ସୁନା ଦର । ଏବେ ଉଭୟ ସୁନା ଓ ରୁପା ମହଙ୍ଗା ହୋଇଛି । ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୦୫୦ ଟଙ୍କା ବୃଦ୍ଧି ପାଇ ୮୩,୪୦୦ ଟଙ୍କା ହୋଇଛି । ସେହିପରି ୨୪ କ୍ୟାରେଟ୍ ସୁନା ଦାମ୍ ୧୧୪୦ ଟଙ୍କା ବୃଦ୍ଧି ପାଇ ୯୦,୯୮୦ ଟଙ୍କା ହୋଇଛି । କେବଳ ଭୁବନେଶ୍ବର ନୁହେଁ, ସର୍ବଭାରତୀୟ ସ୍ତରରେ ଆଜି ସୁନା ମହଙ୍ଗା ହୋଇଛି । ସୁନା ଭଳି ରୁପା ଦାମ୍ ମଧ୍ୟ ବଢ଼ିବାରେ ଲାଗିଛି । ରୁପାର କିଲୋପିଛା ଦାମ୍ ୩୦୦୦ ଟଙ୍କା ବୃଦ୍ଧି ପାଇ ୧,୧୪,୦୦୦ ଟଙ୍କା ହୋଇଛି। ଗତ ତିନି ଦିନ ଭିତରେ ରୁପା ୪୦୦୦ ଟଙ୍କା ମହଙ୍ଗା ହୋଇଛି । ଏହା ପୂର୍ବରୁ ଚଳିତ ମାସ ୧୯ରେ ରୁପା ୧,୧୪,୦୦୦ ଟଙ୍କା ସ୍ତରରେ ଥିଲା ।

Leave a Reply

Your email address will not be published. Required fields are marked *