ଲଗାତାର ସୁନା ଦରରେ ବୃଦ୍ଧି, କେତେ ବଢ଼ିଲା ୨୨ କ୍ୟାରେଟ୍‌ର ମୂଲ୍ୟ ?

ଭୁବନେଶ୍ୱର,୧୨/୦୪: ଗତ ତିନି ଦିନ ଧରି ଲଗାତାର ସୁନା ଦର ବଢ଼ୁଛି। ସବୁଠୁ ଚିନ୍ତାର ବିଷୟ ପାଲଟିଛି ୨୨ କ୍ୟାରେଟ୍‌ ସୁନାରେ ହେଉଥିବା ବୃଦ୍ଧି। ଏହି ସୁନାରେ ଅଳଙ୍କାର ତିଆରି ହେଉଛି। ବିବାହ ଋତୁ ସମୟରେ ସୁନା ଦରରେ ଏଭଳି ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଲାଣି। ଅକ୍ଷୟ ତୃତୀୟା ପାଖେଇ ଆସୁଥିବା ବେଳେ ସୁନା ବ୍ୟବସାୟୀମାନେ ବେପାରକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ୨୨ କ୍ୟାରେଟ୍ ସୁନା ଦାମ୍‌ ଶୁକ୍ରବାର ୧୮୫୦ ଟଙ୍କା ବୃଦ୍ଧି ପାଇ ୮୭,୪୫୦ ଟଙ୍କା ହୋଇଛି। ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ଦାମ୍ ୯୫ହଜାର ଟଙ୍କା ଅତିକ୍ରମ କରିଛି। ଶୁକ୍ରବାର ଏହାର ଦାମ୍ ୨୦୨୦ ଟଙ୍କା ବୃଦ୍ଧି ପାଇ ୯୫,୪୦୦ ଟଙ୍କା ହୋଇଛି। ଗତ ତିନି ଦିନରେ ୨୨ କ୍ୟାରେଟ୍‌ ସୁନା ଦାମ୍ ୫୨୦୦ ଟଙ୍କା ବଢ଼ିଥିବା ବେଳେ ୨୪ କ୍ୟାରେଟ୍ ସୁନା ୫୬୭୦ ଟଙ୍କା ମହଙ୍ଗା ହୋଇଛି। ରୁପା ଦାମ୍‌ ମଧ୍ୟ ଶୁକ୍ରବାର ୧୦୦୦ ଟଙ୍କା ବଢ଼ିଥିବାରୁ ଏହାର କିଲୋପିଛା ଦାମ୍ ୧,୦୮,୦୦୦ ଟଙ୍କା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଥିବା ବାଣିଜ୍ୟ ଲଢ଼େଇ ପ୍ରଭାବରେ ସୁନା ମହଙ୍ଗା ହେଉଛି। କେବଳ ଭୁବନେଶ୍ବର କିମ୍ବା ଭାରତ ନୁହେଁ, ସାରା ବିଶ୍ବରେ ସୁନା ଦର ବଢ଼ୁଛି।

Leave a Reply

Your email address will not be published. Required fields are marked *