ଭୁବନେଶ୍ୱର,୧୧/୦୪: ଏବେ କିଛି ଦିନ ଧରି ସେୟାର ବଜାରରେ ବଡ଼ ହଲଚଲ ଦେଖିବାକୁ ମିଳିଛି । ଆଉ ଏହାର ପ୍ରଭାବ ସୁନା, ରୁପା ଦର ଉପରେ ପଡୁଛି । ଗତ କିଛି ଦିନ ସୁନା, ରୁପା ଦର ସାମାନ୍ୟ ଖସିଥିବାବେଳେ ଏବେ ପୁଣିଥରେ ଉପରମୁହାଁ ହୋଇଛି ସୁନା ମୂଲ୍ୟ । ଆଜି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୯୫ ହଜାର ପାର କରିଛି । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୫ ହଜାର ୪୦୦ ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ୮୭ହଜାର ୪୫୦ ଟଙ୍କା ରହିଛି । ୩ ଦିନରେ ୫ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା । ଆଗାମୀ ଦିନରେ ସୁନା ଆହୁରି ମହଙ୍ଗା ହେବାର ସମ୍ଭାବନା ରହିଛି । ବଜାରରେ ଲାଗି ରହିଥିବା ଅସ୍ଥିରତାର ପ୍ରଭାବରେ ସୁନା, ରୁପା ମୂଲ୍ୟ ବି ଆକଶ ଛୁଆଁ ହୋଇଯାଇଛି ।