ଲଗାତାର ବଢି ଚାଲିଛି ସୁନା ଦର, ଜାଣନ୍ତୁ କେତେ ଅଛି ଆଜିର ଦାମ୍ ?

ଭୁବନେଶ୍ୱର, ୦୬/୦୨:  ବିଶ୍ବରେ ଲାଗିରହିଥିବା ଅସ୍ଥିରତା ଯୋଗୁ ସୁନା ଦର ଆକାଶଛୁଆଁ ହୋଇଛି । ୭୯ ହଜାର ଟପିଲା ୨୨ କ୍ୟାରେଟ ସୁନା ମୁଲ୍ୟ । ଦିନରେ ୯୫୦ ଟଙ୍କା ବଢିଲା ଦର । ୮୬ ହଜାର ଟପିଲା ୨୪ କ୍ୟାରେଟ ସୁନା । ବିଶ୍ବରେ ଚାଲିଥିବା ଟ୍ରେଡ ୱାର ପାଇଁ ଦର ବଢୁଥିବା ଚର୍ଚ୍ଚା । ପ୍ରଥମ ଥର ପାଇଁ ସୁନା ଦର ୭୯ ହଜାର ୫୦ ଟଙ୍କା ଛୁଇଁଛି । ମଙ୍ଗଳବାର ସୁନା ଦର ୧୦ ଗ୍ରାମକୁ ୭୮ ହଜାର ୧୦୦ ଟଙ୍କା ଥିବା ବେଳେ ବୁଧବାର ୯୫୦ ଟଙ୍କା ବଢି ୭୯ ହଜାର ଟପି ଯାଇଛି । ସେହିପରି ୨୨ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମକୁ ୮୫ ହଜାର ୨୦୦ ଟଙ୍କା ଥିବା ବେଳେ ୧୦୪୦ ଟଙ୍କା ବଢି ୮୬ ହଜାର ୨୪୦ ଟଙ୍କା ଛୁଇଛି । ୧୮ କ୍ୟାରେଟ ସୁନା ଦର ମଧ୍ୟ ବଢିଛି । ୧୦ ଗ୍ରାମ ୧୮ କ୍ୟାରେଟ ସୁନା ମୂଲ୍ୟ ୬୪ ହଜାର ୬୮୦ରେ ଛୁଇଛି । କାନାଡା, ମେକ୍ସିକୋ, ଚୀନ ଭଳି ଦେଶ ଉପରେ ଆମେରିକା ଟାରିଫ ବୃଦ୍ଧି କରିବା ପରେ ଦରରେ ପରିବର୍ତ୍ତନ ଦେଖାଦେଇଛି । ବିଶ୍ବରେ ଏକ ପ୍ରକାରର ଆର୍ଥିକ ଅସ୍ଥିରତା ଯୋଗୁ ସୁନା ଦର ବଢୁଥିବା କୁହାଯାଉଛି ।