ରେକର୍ଡ ସ୍ତରରେ ସୁନା ଦର, ଆଗକୁ ଲକ୍ଷେ ଟଙ୍କା ହେବା ନେଇ ସୂଚନା !

ନୂଆଦିଲ୍ଲୀ,୧୧/୦୨: ଏବେ ଚାଲିଛି ବାହାଘର ସିଜିନ୍ । ଆଉ ଠିକ୍ ଏତିକି ବେଳେ ସାରା ବିଶ୍ବରେ ବଢ଼ି ବଢ଼ି ଚାଲିଛି ସୁନା ଦର। ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ମୂଲ୍ୟ। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୮୮ ହଜାର ପାର କଲାଣି। ଆଗକୁ ସୁନା ଦର ୯୦ ହଜାର ଅତିକ୍ରମ କରିବା ଆଶଙ୍କା କରାଯାଉଛି। ନୂଆ ଦିଲ୍ଲୀରେ ଏବେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ ୮୮ହଜାର ୫୦୦ ଟଙ୍କାରେ ପହଞ୍ଚିଲାଣି। ଭୁବନେଶ୍ବରରେ ଏବେ ୮୭ ହଜାର ୭୦ ଟଙ୍କା ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍‌ସ ପିଛା ଦର ରେକର୍ଡ ୨୯୦୦ ଡଲାରରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୮୦ ହଜାର ୬୦୦ ଟଙ୍କା ରହିଛି । ଇସ୍ପାତ ଓ ଆଲୁମିନିୟମ୍ ଉପରେ ୨୫ ପ୍ରତିଶତ ଟିକସ ଲଗାଇବାକୁ ଟ୍ରମ୍ପ ଘୋଷଣା କରିବା ପରଠାରୁ ସୁନା ମୂଲ୍ୟ ବଢିବାରେ ଲାଗିଛି। ଦାମ୍ ବଢ଼ିଛି। ଗୋଟିଏ ପଟେ ଟ୍ରମ୍ପଙ୍କ ଶୁଳ୍କ ପ୍ରହାର ଜାରି ରହିଥିବା ବେଳେ ଅନ୍ୟପଟେ ଡଲାର ତୁଳନା‌ରେ ଟଙ୍କା ଦୁର୍ବଳ ହେଉଥିବାରୁ ସୁନା ଆମଦାନି ମହଙ୍ଗା ହୋଇଛି। ଏକ ଡଲାର ଦାମ୍ ୮୭ ଟଙ୍କା ୪୩ ପଇସା ସ୍ତରରେ ରହିଛି।

Leave a Reply

Your email address will not be published. Required fields are marked *