ତିରୁମାଲା ମନ୍ଦିରରେ ସ୍ଥାପନ ହେବ ବିଶ୍ୱର ପ୍ରଥମ ସୁନା ଏବଂ ରୂପା ପେଣ୍ଡାଣ୍ଟ ଏଟିଏମ୍ !

ନୂଆଦିଲ୍ଲୀ,୧୦/୦୩: ଖୁବ୍ ଶୀଘ୍ର ଏଟିଏମରୁ ସୁନା ଏବଂ ରୂପା ପେଣ୍ଡେଣ୍ଟ ବାହାରିବାର ସୁବିଧା ଉପଲବ୍ଧ ହେବ। ତିରୁମାଲା ତିରୁପତି ଦେବସ୍ଥାନମ୍ସ ତିରୁମାଲା ମନ୍ଦିରରେ ବିଶ୍ୱର ପ୍ରଥମ ସୁନା ଏବଂ ରୂପା ପେଣ୍ଡାଣ୍ଟ ଏଟିଏମ୍ ସ୍ଥାପନ ହେବ। ଏହି ଏଟିଏମ୍ ମେସିନଗୁଡ଼ିକରୁ ଗ୍ରାହକମାନେ ନିଜେନିଜେ ଭଗବାନ ଭେଙ୍କଟେଶ୍ୱର ଏବଂ ଦେବୀ ଲକ୍ଷ୍ମୀଙ୍କ ପ୍ରତିଛବି ଥିବା ପେଣ୍ଡେଣ୍ଟ କ୍ରୟ କରି ପାରିବେ। ତିରୁମାଲା ତିରୁପତି ଦେବସ୍ଥାନର କାର୍ଯ୍ୟନିର୍ବାହୀ ଅଧିକାରୀ ଜେ ଶ୍ୟାମଳା ରାଓଙ୍କ ଉଦ୍ୟମରେ ତିରୁମାଲା ମନ୍ଦିର, ତିରୁପତିର ଗୋବିନ୍ଦରାଜ ମନ୍ଦିର ଏବଂ ତିରୁଚନୁରର ପଦ୍ମାବତୀ ଅମ୍ମାବାରୀ ମନ୍ଦିରରେ ଡିଜିଟାଲ ରୂପାନ୍ତରଣ କରାଯାଉଛି। ଏହି ଏଟିଏମ୍ ମେସିନ୍ ପାଇଁ ସଫ୍ଟୱେର୍ ଏପରି ଡିଜାଇନ୍ କରାଯାଇଛି ଯାହାକି ସୁନା ଏବଂ ରୂପା ପେଣ୍ଡେଣ୍ଟ ଏଟିଏମ୍‌ଗୁଡ଼ିକ ୨ ଗ୍ରାମ,୫ ଗ୍ରାମ ଏବଂ ୧୦ ଗ୍ରାମର ପେଣ୍ଡାଣ୍ଟ ଯୋଗାଇବ। ଯାହାକୁ ମଣିଷ ହସ୍ତକ୍ଷେପ ବିନା କ୍ରୟ କରାଯାଇପାରିବ। ତିରୁମାଲା ତିରୁପତି ଦେବସ୍ଥାନମରେ ପୂର୍ବରୁ ଏକ ଦାନ କିଓସ୍କ ଚାଲୁଛି, ଯାହା ଅତ୍ୟନ୍ତ ସଫଳ ରହିଛି।

Leave a Reply

Your email address will not be published. Required fields are marked *