ଡୋନାଲ୍ଡ ଟ୍ରମ୍ପଙ୍କ ଘର ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ସୁନାରେ ଛାଉଣି ଟେବୁଲ, ଫର୍ଣ୍ଣିଚର..ବାଥରୁମରେ ବି..

ନୂଆଦିଲ୍ଲୀ,୨୨/୦୧: ଏବେ ଆମେରିକାର ୪୭ତ୍ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହେଲେ ଆପଣ ଜାଣନ୍ତି କି ତାଙ୍କର ଲାଇଫ ଷ୍ଟାଇଲ ବିଷୟରେ । ତାଙ୍କର ଏମିତି ଏକ ଘର ଅଛି ଯେଉଁଠି ସୁନାରେ ଛାଉଣି ଟେବୁଲ, ଫର୍ଣ୍ଣିଚର ରହିଛି । ଘରର କାନ୍ଥରେ ସୁନାର ଆବରଣ । କୋଟିଏରୁ ଅଧିକ ଟଙ୍କାର ଝୁମର । ଏପରି କି ବାଥରୁମରେ ବି ବ୍ୟବହାର ହୋଇଛି ସୁନା କମୋଡୋ ! ଏପରି କୌଣସି ସୁବିଧା ନାହିଁ ଯାହା ଏହି ଘରେ ନମିଳିବ ।

୧୭ ଏକରରେ ପରିବ୍ୟାପ୍ତ ଡୋଲାଲ୍ଡ ଟ୍ରମ୍ପଙ୍କ ଏହି ବାସଭବନର ନାଁ ମାର-ଏ-ଲାଗୋ । ୧୯୮୫ରେ ଟ୍ରମ୍ପ ଏହି ରିସୋର୍ଟ କିଣିଥିଲେ । ସେହି ସମୟରେ ଏହି ଘରର ମୂଲ୍ୟ ୧୦ମିଲିୟନ୍ ଡଲାର୍ ଥିଲା । ଏବେ ଏହି ଘରର ମୂଲ୍ୟ ୩୪୨ ମିଲିୟନ୍ ଡଲାର୍ ହେବ । ଏହି ଘରେ ୧୨୮ଟି ରୁମ୍, ୫୮ ଟି ବେଡରୁମ୍, ୩୩ଟି ବାଥରୁମ୍ ରହିଛି । ଏହି ଘରେ ଥିଏଟର୍, ପ୍ରାଇବେଟ୍ କ୍ଲବ୍, ସ୍ପା ଭଳି ଅନେକ ସୁବିଧା ରହିଥିବା ବେଳେ ଚର୍ଚ୍ଚା ସୃଷ୍ଟି କରେ ଏହି ଘରର ବାଥରୁମରେ ଲାଗିଥିବା ସୁନା । ବାଥରୁମରେ ଏପରି ଅନେକ ଜିନିଷ ରହିଛି, ଯାହା ସୁନାରେ ତିଆରି ହୋଇଛି । ଟ୍ରମ୍ପଙ୍କ ଘର ବର୍ତ୍ତମାନ ଶକ୍ତିର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । ଟ୍ରମ୍ପ ନିର୍ବାଚନ ଯିତିବା ପରେ ଏଠାକୁ ଟ୍ରମ୍ପଙ୍କୁ ଭେଟିବା ପାଇଁ ଅନେକ ଶକ୍ତିଶାଳି ବ୍ୟକ୍ତିତ୍ୱ ଏଠାକୁ ଆସୁଛନ୍ତି । ଟେସଲା ସିଇଓ ଏଲନ୍ ମସ୍କ କଥା କୁହନ୍ତୁ ବା ମେଟା ସିଇଓ ମାର୍କ ଯୁକରବର୍ଗ କଥା କୁହନ୍ତୁ । ସବୁ ଶକ୍ତିଶାଳୀ ବ୍ୟକ୍ତି ଏଠାକୁ ଆସିବାରେ ଲାଗିଛନ୍ତି । ତେଣୁ ଟ୍ରମ୍ପଙ୍କ ଏହି ଘରକୁ ବ୍ରହ୍ମାଣ୍ଡର କେନ୍ଦ୍ର ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *