କାରରେ ୩ କେଜିରୁ ଅଧିକ ସୁନା ଓ ୧୫୦ କେଜି ରୁପା ଜବତ

ଭୁବନେଶ୍ୱର,୨/୧୦: କାରରେ ୩ କେଜିରୁ ଅଧିକ ସୁନା ଓ ୧୫୦ କେଜି ରୁପା ଚାଲାଣ ବେଳେ ଜବତ ହୋଇଛି। ବ୍ରହ୍ମପୁରର ସୋରଳ ଜଙ୍କସନରୁ ଗୋଳନ୍ଥରା ପୁଲିସ ଜବତ କରିଛି । ତାମିଲନାଡ଼ୁରୁ ବ୍ରହ୍ମପୁରକୁ ଚାଲାଣ ହେଉଥିବାବେଳେ ଜବତ କରିଛି ପୋଲିସ । ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଗୋଳନ୍ଥରା ଆଇଆଇସି । ଜିଏସଟି ଫାଙ୍କିବା ପାଇଁ ଲୁଚାଇ ଚାଲାଣ କରୁଥିବା ସନ୍ଦେହ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଜିସଏଟି ଅଧିକାରୀ ଆସିଲେ ଏନେଇ ଅଧିକ ତଦନ୍ତ କରିବେ ।