ନବଦମ୍ପତିଙ୍କୁ ଗିଫ୍ଟ ଦେବେ ସରକାର, ଜାଣନ୍ତୁ କଣ ରହିବ ଏହି ଗିଫ୍ଟରେ

ଭୁବନେଶ୍ୱର,୧୨/୮: ନବଦମ୍ପତିଙ୍କୁ ମିଳିବ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗିଫ୍ଟ । ଏହି ଗିଫ୍ଟ ଅବଶ୍ୟ ଫ୍ୟାମିଲି ପ୍ଲାନିଂ ବା ପରିବାର ନିୟୋଜନକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ ରହିଛି । ଏହି ୱେଡିଂ କିଟ୍ ହେଉଛି ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅନ୍ତର୍ଗତ ‘ନଇ ପହଲ୍ ଯୋଜନା’ର ଅଂଶ ବିଶେଷ । ନବଦମ୍ପତିଙ୍କ ପାଇଁ ଏହି ଯୋଜନା ସେପ୍ଟେମ୍ବର ମାସରୁ ଲାଗୁ ହେବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଦେବାକୁ ଯାଉଛି ନବଦମ୍ପତିଙ୍କୁ ଏଭଳି ଗିଫ୍ଟ । ଏଥିରେ ଆଇନା, ପାନିଆ ସହ ନବବଧୂଙ୍କ ପ୍ରସାଧନ ସାମଗ୍ରୀ ରହିବା ସହ ପରିବାର ନିୟୋଜନ କିଟ୍ ମଧ୍ୟ ଦିଆଯିବ । ନବ ବିବାହିତଙ୍କୁ ଏହି ଉପହାର କିଟ୍ ବାଣ୍ଟିବେ ଆଶାକର୍ମୀ ଏବଂ ଫ୍ୟାମିଲି ପ୍ଲାନିଂ ପାଇଁ ସେମାନଙ୍କୁ ଉତ୍ସାହିତ କରିବେ। ଏ ନେଇ ଆଶାକର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ୍ ଦିଆଯିବ । ଏହି ଗିଫ୍ଟ ରେ ଆଇନା, ପାନିଆ, ଟିକିଲି, ନେ଼ଲ୍ କଟ୍ର, ରୁମାଲ ଓ ଟାୱେଲ ଏହା ସହ ବିବାହ ପଞ୍ଜିକରଣ ଫର୍ମ, ଫ୍ୟାମିଲି ପ୍ଲାନିଂ ପାଇଁ ପୁସ୍ତିକା, କଂଟ୍ରାସେଟିଭ୍ ପିଲ୍, କଣ୍ଡୋମ, ଗର୍ଭ ପରୀକ୍ଷା କିଟ୍ ରହିବ ।